Galaxy Wearable ଗୋପନୀୟତା ସୂଚନା ଶେଷ ଅପଡେଟ୍: ଜୁନ୍ 1, 2021 Samsung Electronics Co., Ltd ରେ, ଆମେ ଆମର ଉପଭୋକ୍ତାମାନଙ୍କ ପାଇଁ ଗୋପନୀୟତା କେତେ ଗୁରୁତ୍ୱପୂର୍ଣ୍ଣ ତାହା ଜାଣୁ। ଆମେ ଆପଣଙ୍କ ବ୍ୟକ୍ତିଗତ ସୂଚନାର ସଂଗ୍ରହ ଏବଂ ଏହାର ଉପଯୋଗ କିପରି କରୁ ଏହାକୁ ଆପଣ ବୁଝିଥିବା ନିଶ୍ଚିତ କରାଇବା ପାଇଁ ଆମେ ଏହି ଗୋପନୀୟତା ସୂଚନା ଏଥିପାଇଁ ସୃଷ୍ଟି କରିଛୁ। ଆମର ଗୋପନୀୟତା ନୀତି - ଯାହାକୁ https://account.samsung.com/membership/terms/privacypolicy ରେ ଦେଖାଯାଇପାରିବ- ଏହା ମଧ୍ୟ ଆପଣଙ୍କର Galaxy Wearable ବ୍ୟବହାର ପ୍ରତି ପ୍ରଯୁଜ୍ୟ ହୋଇଥାଏ। ଆମେ ଆପଣଙ୍କ ଡାଟାକୁ କିପରି ବ୍ୟବହାର କରୁ ଆମର ଗୋପନୀୟତା ନୀତିରେ ଏହା ବିଷୟରେ ଅଧିକ ସୂଚନା ରହିଥାଏ। ଆମକୁ କିପରି ସମ୍ପର୍କ କରିବେ ସେହି ସୂଚନା ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ଦୟାକରି ଏହି ଗୋପନୀୟତା ସୂଚନା ସହ ଆମର ଗୋପନୀୟତା ନୀତିକୁ ପଢନ୍ତୁ। ଅବଶ୍ୟ, ଏହି ଗୋପନୀୟତା ସୂଚନା ସର୍ବଦା ଗୋପନୀୟତା ନୀତି ଉପରେ ନିର୍ଭର କରିଥାଏ। ଆମେ କେଉଁ ସୂଚନା ସଂଗ୍ରହ କରୁ? ଆପଣଙ୍କ Galaxy Wearable ମାଧ୍ୟମରେ, ଆମେ ବିଭିନ୍ନ ଉପାୟରେ ଆପଣଙ୍କ ବିଷୟରେ ସୂଚନା ସଂଗ୍ରହ କରୁ ଏବଂ ତାହାକୁ ବଜାୟ ରଖୁ। ଆପଣ ପ୍ରତ୍ୟକ୍ଷ ଭାବେ ପ୍ରଦାନ କରିଥିବା ସୂଚନା • ଯେତେବେଳେ ଆପଣ ନିଜର Galaxy Wearable ଡିଭାଇସରେ Samsung account କୁ ଲଗ୍ ଇନ୍ କରନ୍ତି, Samsung account ସୂଚନା ଯେପରିକି ଆପଣଙ୍କର Samsung account ID। ଆପଣଙ୍କର Galaxy Wearable ର ବ୍ୟବହାର ବିଷୟରେ ସୂଚନା • ଆପଣଙ୍କର ଡିଭାଇସ୍ ବିଷୟରେ ସୂଚନା, ଯେପରିକି ଡିଭାଇସ୍ ପ୍ରକାର, ଡିଭାଇସ୍ ମଡେଲ୍, OS ପ୍ରକାର ଏବଂ ସଂସ୍କରଣ, ଡିଭାଇସ୍ ଆଇଡେଣ୍ଟିଫାୟର୍ସ ଏବଂ ଅନ୍ୟାନ୍ୟ ସ୍ୱତନ୍ତ୍ର ଆଇଡେଣ୍ଟିଫାୟର୍ସ, ମୋବାଇଲ୍ ନେଟୱାର୍କ ପ୍ରଦାନକାରୀବୃନ୍ଦ, ଡିଭାଇସ୍ କନଫିଗରେସନ୍ସ ଏବଂ ସେଟିଂସ୍; • GPS, ବ୍ଲୁଟୁଥ୍ ଏବଂ WiFi ସିଗନାଲଗୁଡିକ ମାଧ୍ୟମରେ ଆପଣଙ୍କ ଅବସ୍ଥାନ ସମ୍ବନ୍ଧୀୟ ସୂଚନା। ଆପଣଙ୍କର Galaxy Wearable ର କେତେକ ବୈଶିଷ୍ଟ୍ୟ ଆପଣଙ୍କର ଡିଭାଇସ୍ ର ସଠିକ୍ ଜିଓଲୋକେସନ୍ ସଂଗ୍ରହ ଆବଶ୍ୟକ କରେ ଏବଂ ସେହି ପରିସ୍ଥିତିରେ ଆମେ ଆପଣଙ୍କର ଜିଓଲୋକେସନ୍ ସଂଗ୍ରହ କରିବୁ, କିନ୍ତୁ କେବଳ ଆପଣଙ୍କ ଅନୁମତି ନେଇ। ଯେତେବେଳେ ଆପଣଙ୍କର Galaxy Wearable ବୈଶିଷ୍ଟ୍ୟ ଆପଣଙ୍କର ସଠିକ୍ ଜିଓଲୋକେସନ୍ ସଂଗ୍ରହ କରିବା ଆବଶ୍ୟକ କରେ ସେତେବେଳେ ଆପଣଙ୍କର ଡିଭାଇସ୍ ଆପଣଙ୍କୁ ସୂଚିତ କରିବ। ଦୟାକରି ଧ୍ୟାନ ଦିଅନ୍ତୁ ଯେ ଯଦି ଆପଣ Galaxy Wearable କୁ ଆପଣଙ୍କର ସଠିକ୍ ଜିଓଲୋକେସନ୍ ସଂଗ୍ରହ କରିବାକୁ ଅନୁମତି ଦିଅନ୍ତି ନାହିଁ, ତେବେ ଆପଣ Galaxy Wearable ର ସମସ୍ତ ବୈଶିଷ୍ଟ୍ୟ ବ୍ୟବହାର କରିବାକୁ ସମର୍ଥ ହୋଇ ନ ପାରନ୍ତି; • ଯେତେବେଳେ ଆପଣ ଏକ ରିମୋଟ୍ ସଂଯୋଜନା ବୈଶିଷ୍ଟ୍ୟ ବ୍ୟବହାର କରନ୍ତି (ଯେପରିକି ଆପଣଙ୍କର ମୋବାଇଲ୍ ଡିଭାଇସ୍ କୁ ଆପଣଙ୍କର Galaxy Wearable ଡିଭାଇସ୍ ସହିତ Wi-Fi କିମ୍ବା ବ୍ଲୁଟୁଥ୍ ଅପେକ୍ଷା ମୋବାଇଲ୍ ଡାଟା ସହିତ ସଂଯୋଗ କରିବା ଦ୍ୱାରା ଆପଣଙ୍କର Galaxy Wearable ଆପଣଙ୍କ ଫୋନରୁ ସନ୍ଦେଶ ପ୍ରାପ୍ତ କରିପାରିବ); ଆପଣଙ୍କ ମୋବାଇଲ୍ ଡିଭାଇସ୍ ରେ ସଂସ୍ଥାପିତ ଆପସ୍ ବିଷୟରେ ସୂଚନା ଯେପରିକି ବିଜ୍ଞପ୍ତି ଏବଂ ଗ୍ରହଣ କରାଯାଇଥିବା ସନ୍ଦେଶ ଏବଂ ଇମେଲଗୁଡିକର ବିଷୟବସ୍ତୁ (ସନ୍ଦେଶ ଏବଂ ମିଡିଆ ଫାଇଲଗୁଡିକର ବିଷୟବସ୍ତୁ ଅନ୍ତର୍ଭୁକ୍ତ କରି); ଏବଂ • ଯଦି ଆପଣ ବ୍ୟାକଅପ୍ ଏବଂ ପୁନରୁଦ୍ଧାର ବୈଶିଷ୍ଟ୍ୟ, ସଫ୍ଟୱେର୍ ସଂସ୍କରଣ, ବିକ୍ରୟ କୋଡ୍, ସଂସ୍ଥାପିତ ଏବଂ ସମ୍ପ୍ରତି ବ୍ୟବହୃତ ଆପସ୍ ର ତାଲିକା, ସଂସ୍ଥାପିତ ଆପସ୍ ର ଡାଟା ଏବଂ ସେଟିଂସ୍, ଘଣ୍ଟା ମୁହଁ ସହିତ ହୋମ ସ୍କ୍ରିନ ସେଟିଂସ୍, ଆପସ୍ ଏବଂ ୱିଜେଟ୍, ବିଜ୍ଞପ୍ତି ସେଟିଂସ୍, ପ୍ରଦର୍ଶନ, ଧ୍ୱନିଗୁଡିକ ଏବଂ ଭାଇବ୍ରେସନ୍ ସହିତ ସିଷ୍ଟମ୍ ସେଟିଂସ୍ ବ୍ୟବହାର କରନ୍ତି । • ଯଦି ଆପଣ ଡାଇଗ୍ନୋଷ୍ଟିକ୍ ଡାଟା, ଡାଇଗ୍ନୋଷ୍ଟିକ୍, ବୈଷୟିକ, ତ୍ରୁଟି, ଏବଂ ବ୍ୟବହାର ସୂଚନା ପଠାଇବାକୁ ରାଜି ହୋଇଛନ୍ତି ଯେପରିକି ଆପଣଙ୍କର Galaxy Wearable ବ୍ୟବହାର କରିବାର ସମୟ ଏବଂ ଅବଧି, ଆପଣଙ୍କ ଦ୍ୱାରା ସଂସ୍ଥାପିତ ଆପସ୍ ଏବଂ ଆପଣ କେତେ ଦିନ ଏବଂ କେତେବେଳେ ଆପସ୍ ଖୋଲିବେ କିମ୍ବା ବନ୍ଦ କରିବେ। ଆମେ ମଧ୍ୟ ଆପଣଙ୍କ ବିଷୟରେ, ଆପଣଙ୍କର Galaxy Wearable ଏବଂ ଆପସ୍, Galaxy Wearable ସହିତ ସଂଯୁକ୍ତ ଆପଣଙ୍କର ଡିଭାଇସ୍, ଏବଂ ଆପଣଙ୍କର Galaxy Wearable ର ବ୍ୟବହାର ବିଷୟରେ ଅନ୍ୟ ସୂଚନା ସଂଗ୍ରହ କରିପାରୁ ଯାହାକୁ ଆମେ ସଂଗ୍ରହ ସମୟରେ ଆପଣଙ୍କୁ ବର୍ଣ୍ଣନା କରିପାରୁ, ଏବଂ ଯେତେବେଳେ ବି ଏହା ଆବଶ୍ୟକ ହେବ, ଆମେ ଆପଣଙ୍କର ସମ୍ମତି ପ୍ରାପ୍ତ କରିବୁ। ଆମେ ଆପଣଙ୍କ ସୂଚନାର ବ୍ୟବହାର କିପରି କରିଥାଉ? • ଆପଣଙ୍କ Galaxy Wearable ର ପଞ୍ଜିକରଣ ଏବଂ ବ୍ୟବହାରରେ ସହାୟତା ପାଇଁ। • ଆପଣ ଅନୁରୋଧ କରିଥିବା ସେବା ଏବଂ ବୈଶିଷ୍ଟ୍ୟଗୁଡିକ ପ୍ରଦାନ କରିବା ପାଇଁ। • ଆପଣଙ୍କର ଅନୁରୋଧ ଏବଂ ପ୍ରଶ୍ନର ଜବାବ ଦେବା ପାଇଁ, ଏବଂ ଆପଣଙ୍କୁ ଆପଣଙ୍କର Galaxy Wearable ସମ୍ବନ୍ଧୀୟ ବୈଷୟିକ ସହାୟତା ମାଗିବା ସମୟରେ ସହାୟତା ଯୋଗାଇବା ସହିତ ଆପଣଙ୍କର Galaxy Wearable ବିଷୟରେ ଆପଣଙ୍କୁ ଯୋଗାଯୋଗ କରିବା ପାଇଁ। • ଆପଣଙ୍କୁ ଚୟନିତ Samsung କିମ୍ୱା ତୃତୀୟ-ପକ୍ଷ ଆପସ୍, ବୈଶିଷ୍ଟ୍ୟ ଏବଂ ସେବାଗୁଡିକରେ ପାରସ୍ପରିକ ପ୍ରଭାବ ପକାଇବାକୁ ଅନୁମତି ଦେବା ପାଇଁ। ଉଦାହରଣ ସ୍ୱରୂପ, ଆପଣ ହୁଏତ ଆପଣଙ୍କର ଆପସ୍ ଏବଂ ସେଟିଂସ୍ ସୂଚନାକୁ Samsung Cloud ରେ ବ୍ୟାକଅପ୍ କରିବାକୁ କିମ୍ବା ଆପଣଙ୍କ Galaxy Wearable ରେ Samsung Health ର ବ୍ୟବହାର କରିବାକୁ ସମର୍ଥ ହୋଇପାରନ୍ତି। ଆପଣଙ୍କ Galaxy Wearable ସହିତ ଜଡିତ କଷ୍ଟୋମାଇଜ୍ ବିଷୟବସ୍ତୁ ଏବଂ ସେବା ଯୋଗାଇବା ପାଇଁ। • ପ୍ରତ୍ୟକ୍ଷ ମାର୍କେଟିଂ ଯୋଗାଯୋଗ (ଯେପରିକି ପୁଶ୍ ବିଜ୍ଞପ୍ତିଗୁଡିକ, ଇମେଲ୍, ଏବଂ ଟେକ୍ସଟ୍ ସନ୍ଦେଶଗୁଡିକ) ମାଧ୍ୟମରେ ପ୍ରୋମୋସନ୍ ଏବଂ ଅଫର୍ ପ୍ରଦାନ କରିବା ପାଇଁ, ଯେଉଁଠାରେ କେବଳ ଆପଣ ନିଜର ସ୍ୱତନ୍ତ୍ର ସମ୍ମତି ଆମକୁ ଦେଇଛନ୍ତି। •Galaxy Wearable ଏବଂ ଆମର ବ୍ୟବସାୟକୁ ସଂଚାଳିତ, ମୂଲ୍ୟାଙ୍କନ ଏବଂ ବିକାଶ କରିବାକୁ (ନୂତନ ଉତ୍ପାଦ ଓ ସେବାଗୁଡିକୁ ବିକଶିତ କରିବା; ଆମର ଉତ୍ପାଦ ଓ ସେବାକୁ ବୃଦ୍ଧି ଓ ଉନ୍ନତ କରିବା; ଆମର ଯୋଗାଯୋଗର ପରିଚାଳନା କରିବା; ଆମର ଉତ୍ପାଦ, ଉପଭୋକ୍ତା ଆଧାର ଏବଂ ସେବାର ବିଶ୍ଲେଷଣ କରିବା; ବଜାର ଅନୁସନ୍ଧାନ ପରିଚାଳନା କରିବା; ଡାଟା ବିଶ୍ଲେଷଣ ସମ୍ପାଦନ କରିବା ଏବଂ ଗଣନା; ହିସାବ ଏବଂ ଅନ୍ୟ ଆଭ୍ୟନ୍ତରୀଣ କାର୍ଯ୍ୟ ସମ୍ପାଦନ କରିବା ଅନ୍ତର୍ଭୁକ୍ତ); • ଆମର ଉତ୍ପାଦ ଏବଂ ସେବାଗୁଡିକ ବିଷୟରେ ମତାମତ ଦେବା ଏବଂ ଉପଭୋକ୍ତା ସର୍ବେକ୍ଷଣ କରିବା ପାଇଁ ଆପଣଙ୍କୁ ପଚାରିବା ପାଇଁ; ଯଦି ଆବଶ୍ୟକ, ଆପଣଙ୍କର ଅଲଗା ସମ୍ମତି ନେଇ। • ସଫ୍ଟୱେୟାର୍ ଅପଡେଟ୍, ମେଣ୍ଟେନାନ୍ସ ସର୍ଭିସ, ଏବଂ ଆପଣଙ୍କ Galaxy Wearable ପାଇଁ ସହାୟତା ଦେବା ପାଇଁ। • ଠକାମି ଏବଂ ଅନ୍ୟ ଅପରାଧିକ କାର୍ଯ୍ୟକଳାପ, ଦାବି ଏବଂ ଅନ୍ୟ ଦେୟତା ବିରୋଧରେ ସୁରକ୍ଷା, ଚିହ୍ନଟ ଏବଂ ପ୍ରତିରୋଧ କରିବାକୁ। •ଏହି ଗୋପନୀୟତା ସୂଚନା ଓ ଗୋପନୀୟତା ନୀତି ସମେତ, ପ୍ରଯୁଜ୍ୟ ଆ‍ଇନ ସମ୍ବନ୍ଧୀୟ ଆବଶ୍ୟକତାଗୁଡିକ, ପ୍ରାସଙ୍ଗିକ ଇଣ୍ଡଷ୍ଟ୍ରୀ ମାନାଙ୍କ ଏବଂ ଆମର ନୀତିଗୁଡିକର ଅନୁପାଳନ ଏବଂ ଲାଗୁ କରିବା ପାଇଁ। ଆପଣଙ୍କର Galaxy Wearable ଅନ୍ୟ Samsung କିମ୍ବା ତୃତୀୟ-ପକ୍ଷ ଆପସ୍, ସେବା ଏବଂ ବୈଶିଷ୍ଟ୍ୟ ସହିତ ସଂଯୋଗ କିମ୍ବା ବ୍ୟବହାର କରିବାର କ୍ଷମତା ପ୍ରଦାନ କରିପାରେ। ଉଦାହରଣ ସ୍ୱରୂପ, ଆପଣ ଆପଣଙ୍କର Galaxy Wearable ଡିଭାଇସ୍ ରେ Samsung Health କିମ୍ବା Bixby Voice ବ୍ୟବହାର କରିବାକୁ ସମର୍ଥ ହୋଇପାରନ୍ତି। ଏହି Samsung ଏବଂ ତୃତୀୟ-ପକ୍ଷ ଆପସ୍, ସେବା ଏବଂ ବୈଶିଷ୍ଟ୍ୟଗୁଡିକର ନିଜସ୍ୱ ଗୋପନୀୟତା ସୂଚନା ଥାଇପାରେ। ତାହାର ସମୀକ୍ଷା କରି ଆପଣ ଏହା ନିଶ୍ଚିତ କରନ୍ତୁ ଯେ ସେହି ସେବାଗୁଡ଼ିକ କିପରି ଆପଣଙ୍କ ସୂଚନାକୁ ପ୍ରକ୍ରିୟା କରେ ତାହା ଆପଣ ବୁଝିଛନ୍ତି। ସେହି ସୀମା ପର୍ଯ୍ୟନ୍ତ ଯେ, ଅନ୍ୟ ଲିଙ୍କ୍ ହୋଇଥିବା କିମ୍ୱା ପ୍ରଦର୍ଶିତ ଆପ୍‌, ସେବା କିମ୍ୱା ଅନ୍ୟ ବୈଶିଷ୍ଟ୍ୟ ଆମର ନିଜସ୍ୱ ମାଲିକାନାରେ କିମ୍ୱା ନିୟନ୍ତ୍ରିଣରେ ନାହିଁ, ଆମେ ଏହାର ବିଷୟବସ୍ତୁ, ବ୍ୟବହାର କିମ୍ୱା ଗୋପନୀୟତା ଅଭ୍ୟାସ ପାଇଁ ଦାୟୀ ନୁହେଁ। କାହା ସହ ଆମେ ଆପଣଙ୍କ ସୂଚନା ଅଂଶୀଦାର କରିବୁ? ଆମେ ଆମର ବ୍ୟବସାୟ ଏବଂ ନିମ୍ନଲିଖିତ ସଂସ୍ଥାଗୁଡ଼ିକୁ ଆଭ୍ୟନ୍ତରୀଣ ଭାବରେ ଆପଣଙ୍କର ସୂଚନା ପ୍ରକାଶ କରିବୁ, କିନ୍ତୁ କେବଳ ଉପରୋକ୍ତ ଉଦ୍ଦେଶ୍ୟ ପାଇଁ। * ସହଯୋଗୀ: ଅନ୍ୟ Samsung Electronics ଗୋଷ୍ଠୀ କମ୍ପାନୀ ଯାହାକୁ ଆମେ କିମ୍ୱା ନିଜେ ନିୟନ୍ତ୍ରଣ କରୁ; * ସେବା ପ୍ରଦାନକାରୀବୃନ୍ଦ: ଯତ୍ନପୂର୍ବକ ମନୋନୀତ କମ୍ପାନୀଗୁଡିକ ଯାହା ଆମ ପାଇଁ କିମ୍ବା ଆମ ତରଫରୁ ସେବା ଯୋଗାନ୍ତି, ଯେପରିକି ଡାଟା ସର୍ଭର ଯାହା ଆମ ତରଫରୁ ଡାଟା ବଜାୟ ରଖେ। ଏହି ପ୍ରଦାନକାରୀ ମାନେ ମଧ୍ୟ ଆପଣଙ୍କର ସୂଚନାର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ଥାଆନ୍ତି; * ଅନ୍ୟାନ୍ୟ ପକ୍ଷଗୁଡ଼ିକ ଯେତେବେଳେ ଆଇନ ଅନୁଯାୟୀ ଆବଶ୍ୟକ ହୁଏ କିମ୍ବା ଆପଣଙ୍କର Galaxy Wearable ର ସୁରକ୍ଷା ପାଇଁ ଆବଶ୍ୟକ ହୁଏ: ଉଦାହରଣ ସ୍ୱରୂପ, ଆପଣଙ୍କର ସୂଚନାର ପ୍ରକାଶ କରିବାକୁ ସରକାରୀ କର୍ତ୍ତୃପକ୍ଷଙ୍କ ଠାରୁ ଆଇନ, ଆଇନଗତ ପ୍ରକ୍ରିୟା କିମ୍ବା କୋର୍ଟଙ୍କ ନିର୍ଦ୍ଦେଶରେ ଏହା ଆବଶ୍ୟକ ହୋଇପାରେ। ସେମାନେ ମଧ୍ୟ ଆଇନ ପ୍ରବର୍ତ୍ତନ, ରାଷ୍ଟ୍ରୀୟ ସୁରକ୍ଷା, ସନ୍ତ୍ରାସବାଦ ବିରୋଧୀ କିମ୍ୱା ଅନ୍ୟ ସମସ୍ୟାର ଉଦ୍ଦେଶ୍ୟରେ ଆମଠାରୁ ଆପଣଙ୍କର ସୂଚନା ମଧ୍ୟ ମାଗିପାରନ୍ତି ଯାହା ସର୍ବସାଧାରଣ ସୁରକ୍ଷା ସମ୍ୱନ୍ଧିତ ଅଟେ; * କର୍ପୋରେଟ ଦେଣନେଣ ସମ୍ପର୍କରେ ଅନ୍ୟ ପକ୍ଷ: ଆମେ ଆପଣଙ୍କର ସୂଚନାକୁ କୌଣସି ମିଶ୍ରଣ କିମ୍ବା ସ୍ଥାନାନ୍ତର, ଅଧିଗ୍ରହଣ କିମ୍ବା ବିକ୍ରି, କିମ୍ବା ଦେବାଳିଆ ହେବା ଘଟଣାରେ ତୃତୀୟ ପକ୍ଷକୁ ଜଣାଇପାରୁ; ଏବଂ * ଆପଣଙ୍କର ସମ୍ମତି କିମ୍ବା ଆପଣଙ୍କ ନିର୍ଦ୍ଦେଶନରେ ଅନ୍ୟ ପକ୍ଷ: ଏହି ଗୋପନୀୟତା ସୂଚନାରେ ବର୍ଣ୍ଣନା କରାଯାଇଥିବା ପ୍ରକାଶକ ବ୍ୟତୀତ, ଯେତେବେଳେ ଆପଣ ସ୍ୱତନ୍ତ୍ର ଭାବରେ ସମ୍ମତି ଦିଅନ୍ତି କିମ୍ବା ଏପରି ଅଂଶୀଦାର କରିବାର ଅନୁରୋଧ କରନ୍ତି, ତେବେ ଆମେ ତୃତୀୟ ପକ୍ଷ ସହିତ ଆପଣଙ୍କ ବିଷୟରେ ସୂଚନା ଅଂଶୀଦାର କରିପାରୁ। ଏହି ଗୋପନୀୟତା ସୂଚନା ପ୍ରତି ଅପଡେଟ୍ ଆପଣଙ୍କ Galaxy Wearable ରେ ଆମେ ଆପଣଙ୍କ ସୂଚନାର ସଂଗ୍ରହ ଏବଂ ପ୍ରକ୍ରିୟା କିପରି କରୁ ସେଥିରେ ହେଉଥିବା ପରିବର୍ତ୍ତନଗୁଡିକ ଅବା ପ୍ରଚଳିତ ଆଇନ ଏବଂ ନିୟମରେ ହେଉଥିବା ପରିବର୍ତ୍ତନଗୁଡିକ ବିଷୟରେ ଆପଣଙ୍କୁ ସୂଚିତ କରିବା ପାଇଁ ଏହି ଗୋପନୀୟତା ସୂଚନା ଅପଡେଟ୍ ହୋଇପାରେ। ଯେଉଁ ତାରିଖରେ ଡକୁମେଣ୍ଟ ଶେଷ ଥର ଅପଡେଟ୍ ହୋଇଥିଲା ତାହା ଏହି ଗୋପନୀୟତା ସୂଚନାର ଶୀର୍ଷରେ ପ୍ରଦର୍ଶିତ ହୋଇଛି। Version:P01.03.00